ଶ୍ରୀମନ୍ଦିର ଖୋଲିବା ପରେ କାଳିଆକୁ ଦେଖିବା ପାଇଁ ଧାଇଁ ଆସିଛି ନେଉଳ, ନେଉଳଟି କେମିତି କରୁଛି କାଳିଆ ଦର୍ଶନ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି କୋଟି ଓଡ଼ିଆ ଙ୍କ ମଉଡ଼ମଣି । ସେ ହେଉଛନ୍ତି ଓଡିଶା ବାସୀ ଙ୍କ ଜୀବନ୍ତ ଠାକୁର । ତାଙ୍କ ବିନା ବଞ୍ଚିବା ଅସମ୍ଭବ । ସେ ହେଉଛନ୍ତି କାଳିଆ,ଜଗା,ଏବଂ ମହାପ୍ରଭୁ । ନିଜ ଭକ୍ତ ଙ୍କ ପାଇଁ ସେ କିଛି ବି କରି ପାରନ୍ତି ଏବଂ ନିଜ ଭକ୍ତ ର କଠିନ ପରୀକ୍ଷା ମଧ୍ୟ ନେଇଥାନ୍ତି କିନ୍ତୁ ତଥାପି ସେ କେବେବି ନିଜ ଭକ୍ତ କୁ ଦୁଃଖ ରେ ଦେଖି ପାରନ୍ତି ନାହିଁ । ତାଙ୍କୁ ଖୋଲା ହୃଦୟ ରେ ଥରେ ଡାକିଲେ ସେ ତା କଥା ନିଶ୍ଚିତ ଶୁଣିଥାନ୍ତି ।


ଏହା ମହାପ୍ରଭୁଙ୍କ ମନ୍ଦିର ଶ୍ରୀମନ୍ଦିର କୁ ଥରୁ ଟିଏ ଯିବାଇ ସ୍ୱପ୍ନ ସମସ୍ତ ଙ୍କର ଥାଏ । ତେବେ ଏହି କରୋନା କାଳ ଯୋଗୁଁ ଶ୍ରୀମନ୍ଦିର ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା । କୌଣସି ଭକ୍ତ ଶ୍ରୀଜୀଉ ଙ୍କୁ ଦର୍ଶନ କରି ପାରୁ ନଥିଲେ କି ମହାପ୍ରଭୁ ମଧ୍ୟ ନିଜ ଭକ୍ତ ମାନଂକୁ ଦେଖି ପାରୁ ନଥିଲେ । ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ର ଖାଲି ଖାଲି ଲାଗୁଥିଲା ଯେମିତି ସେ ଶ୍ରୀହୀନ ହୋଇ ପଡିଛି । ତେବେ କିନ୍ତୁ ବର୍ତ୍ତମାନ ଓଡ଼ିଶା ବାସୀ ଙ୍କ ପାଇଁ ଏକ ଖୁସି ଖବର ଆସିଛି ।

ଖବର ହେଉଛି କି ଶ୍ରୀମନ୍ଦିର ର ଦ୍ୱାର ବର୍ତ୍ତମାନ ଭକ୍ତ ଙ୍କ ପାଇଁ ଖୋଲା ହୋଇ ଯାଇଛି । କିନ୍ତୁ ମନ୍ଦିର ରେ ଏକ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖା ଗଲା ଯାହାକୁ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଯିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା । ତେବେ ଘଟଣା ଟି ଏହା କି ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ ଖୋଲା ହୋଇଗଲା ଏବଂ ଭକ୍ତ ମାନଙ୍କ ର ମଧ୍ୟ ସୁଅ ଛୁଟି ବାକୁ ଲାଗିଲା ।

ତେବେ ଏହି ଭକ୍ତ ମାନଙ୍କ ଗହଳି ଭିତରେ ଏକ ଛୋଟ ଜୀବ ଉପରେ ନଜର ପଡିଲା ତେବେ ସେହି ଛୋଟ ଜୀବ ହେଉଛି ଯାହାକୁ ଶୁଭ ର ପ୍ରତୀକ କୁହାଯାଏ ଅର୍ଥାତ ଏକ କୁନି ନେଉଳ ଛୁଆ । ସେ ନା କାହାକୁ ଡ଼ରୁଥିଲା ନା କିଛି କରୁଥିଲା ଵାସ କେତେବେଳେ ସିଂହ ର ମୂର୍ତି ପଛରେ ଲୁଚି ଯାଉଥିଲା ତ କେତେବେଳେ ପତିତ ପାବନ କୁ ସିଧା ଅନାଇ ରହୁଥିଲା ସତେ ଯେପରି ସେ କାଳିଆ ସାଆନ୍ତ ଙ୍କୁ ନିଜ କଥା ଜଣାଉଛି ।

ତେବେ ଏହି ଛୋଟ ନେଉଳ ଛୁଆର ଏହି ହରକତ ସମସ୍ତ ଙ୍କୁ ଆକର୍ଷିତ ମଧ୍ୟ କରିଥିଲା ଏବଂ ନେଉଳ କୁ ଦେଖି ଏବଂ ତାର ଏଭଳି କାର୍ଯ୍ୟ କଳାପ ଦେଖି ଲୋକମାନେ ଖୁସି ମଧ୍ୟ ହେଉଥିଲେ । ତେବେ ଶେଷରେ ସେ ନେଉଳ ଛୁଆ ମନ୍ଦିର ଭିତରକୁ ଦୌଡ଼ି ପଳାଇଲା । ତେବେ ଆପଣ ଙ୍କୁ ଏହି ପୋସ୍ଟ ଟି କିପରି ଲାଗିଲା ନିଶ୍ଚିତ ନିଜ ମତାମତ ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଭକ୍ତି ଭାବରେ ଥରେ ଲେଖି ଦିଅନ୍ତୁ ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *