ବନ୍ଧୁଗଣ ଏହି କିଛି ମାସ ହେବ କରୋନା ମହାମାରୀର କୋପ ଧୀରେ ଧୀରେ ବଢିବାରେ ଲାଗିଛି ।
ଗତବର୍ଷ ଠାରୁ ଅଧିକ ମାତ୍ରାରେ ଏହି ବର୍ଷ ଲୋକମାନେ ଏହି ଭାଇରସର ଚାପରେ ଆସି ଯାଉଛନ୍ତି । ଲକ୍ଷାଧିକ ଲୋକ ବର୍ତ୍ତମାନ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ଅଛନ୍ତି ଓ ହଜାର ହଜାର ଲୋକ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ ଏହି ଭାଇରସ ଠାରୁ ବଞ୍ଚିବାକୁ ହେଲେ ସବୁଠାରୁ ଗୁରୁତ୍ଵ ଅଟେ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତି ।

ଯଦି ଆମ ଶରୀରରେ ରୋଗପ୍ରତିଷେଧକ ଶକ୍ତି ଅଧିକ ମାତ୍ରାରେ ଥିବ ତା ହେଲେ ଆମ ଶରୀର ଏହି ଭାଇରସ ଠାରୁ ଲଢିପାରିବ ତେଣୁ ବନ୍ଧୁଗଣ ଏହା ବହୁତ ଜରୁରୀ ଅଟେ ଯେ ଆମ ଶରୀରରେ ରୋଗପ୍ରତିଷେଧକ ଶକ୍ତି ଯେମିତି ଅଧିକ ରହିବ ।
ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଏପରି କାଢା ନେଇ ଆସିଛୁ ଯାହାକୁ ପିଇବା ଦ୍ଵାରା ଆପଣ ମାନଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତି ବହୁତ ବୃଦ୍ଧି ହୋଇଯିବ । ଏହା ହେଉଛି ଏକ ଘରୋଇ କାଢା ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ମାନେ ପ୍ରଥମେ ଗ୍ୟାସ ଚୁଲାରେ ଏକ ପାତ୍ର ବସାନ୍ତୁ ଓ ସେଥିରେ ତିନି କପ ପାଣି ନିଅନ୍ତୁ । ଏହି କାଢା ଆରାମ ସେ ୪ ଜଣ ପିଇ ପାରିବେ । ଏହାପରେ ଆପଣ ଏକ ଗୋଟା ଡାଲଚିନିକୁ ଖଣ୍ଡ କରି ପାଣିରେ ମିଶାଇ ଦିଅନ୍ତୁ । ଡାଲଚିନି ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ ଓ ଏହା ଆମ ଶରୀରରେ ଥିବା ସମସ୍ତ ଥଣ୍ଡା ଜ୍ଵରକୁ ଦୂର କରିଥାଏ । ଏହାପରେ ଆପଣ ଏଥିରେ ୪ଟି ଲବଙ୍ଗ ଦାନା ପକାଇ ଦିଅନ୍ତୁ । ବନ୍ଧୁଗଣ ଲବଙ୍ଗ ମଧ୍ୟ ଆମ ରୋଗପ୍ରତିଷେଧକ ଶକ୍ତିକୁ ବଢାଇବାରେ ବହୁତ ଲାଭଦାୟକ ହୋଇଥାଏ ।

ଏହାପରେ ଆପଣ ୨ଟି ଗୁଜୁରାତିକୁ ଛିଣ୍ଡାଇ ପକାଇ ଦିଅନ୍ତୁ ଓ ୪ଟି ଗୋଟା କଳା ମରୀଚ ପକାଇ ଦିଅନ୍ତୁ । ହେଲେ ବନ୍ଧୁଗଣ ଗୋଟା କଳା ମରୀଚକୁ ଆପଣ ଗୁଣ୍ଡ କରି ଏହି ମିଶ୍ରଣରେ ପକାନ୍ତୁ । ଏହାପରେ ଆପଣ ଏକ ଖଣ୍ଡ ଗୁଡ ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଦୁଇ ଇଞ୍ଚ ଅଦାକୁ ଛେଚି ପକାଇ ଦିଅନ୍ତୁ । ଏହା ସହିତ ଆପଣ ଏଥିରେ ଏକ ଚାମଚ ହଳଦୀ ମିଶାଇ ଦିଅନ୍ତୁ ।

ବନ୍ଧୁଗଣ ଶେଷରେ ଆପଣ ଏଥିରେ ୫ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଏହାପରେ ଆପଣ ଏହାକୁ ଏକ ଛଣା ସାହାର୍ଯ୍ୟରେ ଛାଣି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ସଖାଳ ସମୟରେ ସେବନ କରିପାରିବେ କିମ୍ବା ସନ୍ଧ୍ୟା ସମୟରେ ମଧ୍ୟ ସେବନ କରିପାରିବେ । ଯଦି ଆପଣଙ୍କୁ ଥଣ୍ଡା, କାସ ବା ଜ୍ଵର ଆଦି ସମସ୍ୟା ହୋଇଛି ତା ହେଲେ ସେହି ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ଓ ଏହା ସହିତ ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ବହୁତ ବଢିଯିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

